
ଏଏସଏମଇ ଫାଉଣ୍ଡେଶନ ଇଣ୍ଡିଆ (ଏଏଫଆଇ) ପକ୍ଷରୁ ତିନିଦିନିଆ ନିମଜ୍ଜିତ ଶିକ୍ଷା, ଉଦ୍ଭାବନ ଓ ସହଯୋଗିତା ପରେ ଏହାର ନ୍ୟାଶନାଲ ଇଞ୍ଜିନିୟରିଂ ଫେଷ୍ଟିଭାଲ ଇଏଫଏକ୍ସପ୍ପ ଇଣ୍ଡିଆ ୨୦୨୬ ସମାପ୍ତ କରାଯାଇଛି । ଏହି କାର୍ଯ୍ୟକ୍ରମ ପ୍ରତ୍ୟକ୍ଷ ଶିକ୍ଷା ଓ ବାସ୍ତବ ଦୁନିଆର ସମସ୍ୟାର ସମାଧାନ ପାଇଁ କେରଳ, ଓଡିଶା, ଦିଲ୍ଲୀ, ତେଲେଙ୍ଗାନା ଓ ଉତରପ୍ରଦେଶ ସମେତ ୧୯ଟି ରାଜ୍ୟର ୭୦୦ରୁ ଅଧିକ ଇଞ୍ଜିନିୟରିଂ ଛାତ୍ରଛାତ୍ରୀଙ୍କୁ ଏକତ୍ରିତ କରିଥିଲା ।
ଇଏଫଏକ୍ସ ଇଣ୍ଡିଆ ୨୦୨୬ ପ୍ରତ୍ୟକ୍ଷ ଶିକ୍ଷା, ଆନ୍ତଃବିଭାଗୀୟ ଇଞ୍ଜିନିୟରିଂ ଓ ଶିଳ୍ପ-ସମର୍ଥିତ ସମସ୍ୟା ସମାଧାନ ଉପରେ ଗୁରୁତ୍ୱ ଦେଇଥିଲା, ଯାହା ଛାତ୍ରଛାତ୍ରୀଙ୍କୁ ଶ୍ରେଣୀଗୃହ ବାହାରେ ବାସ୍ତବ ଦୁନିଆର ଆହ୍ୱାନଗୁଡିକ ପ୍ରତି ଏକ୍ସପୋଜର ପ୍ରଦାନ କରିଛି । ଏହି ମହୋତ୍ସବ ଛାତ୍ରଛାତ୍ରୀ, ଶିକ୍ଷାବିତ ଓ ଶିଳ୍ପ ପେସାଦାରଙ୍କ ମଧ୍ୟରେ ଆଲୋଚନାକୁ ସୁଗମ କରିଥିଲା, ଯାହା ଇଞ୍ଜିନିୟରିଂ ଇକୋସିଷ୍ଟମର ବିକଶିତ ଆବଶ୍ୟକତା ଉପରେ ପ୍ରତିଫଳନ କରିଛି ।
ଏହି କାର୍ଯ୍ୟକ୍ରମର ଅନ୍ୟତମ ପ୍ରମୁଖ ବିଷୟବସ୍ତୁ ଥିଲା ଆନ୍ତଃବିଭାଗୀୟ ଇଞ୍ଜିନିୟରିଂ, ଯାହାକୁ ବ୍ୟବହାରିକ ପ୍ରୟୋଗ ସହ ଉଦୀୟମାନ ଟେକ୍ନୋଲୋଜିଗୁଡିକ ସହ ଏକତ୍ରିତ କରିଥିବା ଅଧିବେଶନ ଓ ଆହ୍ୱାନଗୁଡିକ ମାଧ୍ୟମରେ ହାଇଲାଇଟ କରାଯାଇଥିଲା । ଏଥିରେ ‘ରୋବୋଟିକ୍ସ ଇନ ଦ ଏଜ ଅଫ୍ ଏଆଇ: ମୁଭିଙ୍ଗ ଫ୍ରମ ଅଟୋମେଶନ ଟୁ ଅଟୋନୋମି’ ଶୀର୍ଷକ କର୍ମଶାଳା ଅନ୍ତର୍ଭୁକ୍ତ ଥିଲା , ଯାହା ରୋବୋଟିକ୍ସ ଓ ଅଟୋନୋମସ ସିଷ୍ଟମ କ୍ଷେତ୍ରରେ ଆର୍ଟିଫିସିଆଲ ଇଂଟେଲିଜେନ୍ସର ଭୂମିକା ଉପରେ ଗୁରୁତ୍ୱ ଦେଇଥିଲା ଏବଂ ଏହା ଚେନ୍ନାଇରେ ଆସନ୍ତା ସେପ୍ଟେମ୍ବର ୨୦୨୬ରେ ଆୟୋଜିତ ହେବାକୁ ଥିବା ଏଏସଏମଇ ଇଣ୍ଡିଆର ଜାତୀୟ ସମ୍ମିଳନୀ ଇଂଟରନ୍ୟାଶନାଲ ମେକାନିକାଲ ଇଞ୍ଜିନିୟରିଂ କଂଗ୍ରେସ ଆଣ୍ଡ ଏକ୍ସପୋଜିଶନ (ଆଇଏମଇସିଇ ଇଣ୍ଡିଆ ୨୦୨୬) ସହ ଜଡିତ ଥିଲା ।
ଏହି ପଦକ୍ଷେପ ପଛରେ ରହିଥିବା ଉଦ୍ଦେଶ୍ୟ ସମ୍ପର୍କରେ ଏଏସଏମଇ ଇଣ୍ଡିଆ ପ୍ରାଇଭେଟ ଲିମିଟେଡର ଅଧ୍ୟ ଓ ନିର୍ଦ୍ଦେଶକ ମଧୁକର ଶର୍ମା କହିଛନ୍ତି, “ ଭାରତ ବାସ୍ତବରେ ଏକ ସେବା ଅର୍ଥନୀତିରୁ ଏକ ଗ୍ଲୋବାଲ ‘ପ୍ରଡକ୍ଟ ନ୍ୟାଶନ’ ଭାବେ ବିକଶିତ ହେବା ପାଇଁ, ଆମକୁ ‘ମେକ୍ ଇନ ଇଣ୍ଡିଆ’ରୁ ‘ଡିଜାଇନ ଇନ ଇଣ୍ଡିଆ’କୁ ଅଗ୍ରସର ହେବାକୁ ପଡିବ । ଏଏସଏମଇ ଇଏଫଏକ୍ସ ଇଣ୍ଡିଆ ୨୦୨୬ ହେଉଛି ସେହିପ ମଂଚ ଯେଉଁଠାରେ ଏହି ରୂପାନ୍ତରଣ ଆରମ୍ଭ ହୁଏ । ଏଏସଏମଇ ଇଞ୍ଜିନିୟରମାନଙ୍କର ଏକ ନୂତନ ପିଢିକୁ ସଶକ୍ତ କରୁଛି ଯେଉଁମାନଙ୍କ ପାଖରେ ସ୍ଥାୟୀ ଯାତାୟତଠାରୁ ଆରମ୍ଭ କରି ଅଟୋନୋମସ ସିଷ୍ଟମ ପର୍ଯ୍ୟନ୍ତ ବସ୍ତବ-ଦୁନିଆର ଆହ୍ୱାନଗୁଡିକର ସମାଧାନ ପାଇଁ ଆବଶ୍ୟକ ବହୁବିଭାଗୀୟ ଦକ୍ଷତା ଓ ଉଦ୍ଭାବନ ମାନସିକତା ରହିଛି ।”
ଏହି ପଦକ୍ଷେପକୁ ହାଇଲାଇଟ କରି ଏଏସଏମଇ ଫାଉଣ୍ଡେଶନ ଇଣ୍ଡିଆର ଉପ ନିର୍ଦ୍ଦେଶକ ଅବ୍ନି ମଲ୍ହୋତ୍ରା କହିଛନ୍ତି, “ପ୍ରକୃତ ଉଦ୍ଭାବନ ପାଇଁ ହୃଦୟ ଓ ମନୋଭାବର ବିବିଧତା ଆବଶ୍ୟକ । ଏଏସଏମଇ ଫାଉଣ୍ଡେଶନ ଇଣ୍ଡିଆ ମାଧ୍ୟମରେ ଆମେ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କଠାରେ ସେହି କ୍ଷମତାକୁ ଉନ୍ମୋଚନ କରିବା ପାଇଁ ପ୍ରତିବଦ୍ଧ ରହିଛୁ । ‘ଗିଅର ଅପ ଏଫଇଏମଇ’ ହେଉଛି ଏକ ଚ୍ୟାଲେଞ୍ଜ ଯାହା ପ୍ରମାଣିତ କରିଥାଏ ଯେ ମହିଳାମାନେ ଡିଜାଇନ ଇଞ୍ଜିନିୟରିଂର ଆଗଧାଡିରୁ ଆସନ୍ତି ।”
ପ୍ରତିଯୋଗିତାଗୁଡିକରେ ଉତ୍କର୍ଷତାକୁ ସ୍ୱୀକୃତି ପ୍ରଦାନ କରି ଇଏଫଏକ୍ସ ଇଣ୍ଡିଆ ୨୦୨୬ ଅଂଶଗ୍ରହଣ କରିଥିବା ଇଞ୍ଜିନିୟରିଂ କଲେଜଗୁଡିକର ଉଲ୍ଲେଖନୀୟ ପ୍ରଦର୍ଶନକୁ ସେଲିବ୍ରେଟ କରିଛି, ଏଥିସହିତ ଅନେକ ଶିକ୍ଷାନୁଷ୍ଠାନ ବିଭିନ୍ନ ଚ୍ୟାଲେଞ୍ଜରେ ବିଜେତା ହୋଇଛନ୍ତି । ଫେଡେରାଲ ଇନ୍ଷ୍ଟିଚ୍ୟୁଟ ଅଫ୍ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି (କେରଳ), କେଏଲଏସ ଗୋଗ୍ଟେ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (କର୍ଣ୍ଣାଟକ), ସାର୍ ଏମ. ବିଶ୍ୱେଶ୍ୱରାୟ ଇନ୍ଷ୍ଟିଚ୍ୟୁଟ ଅଫ୍ ଟେକ୍ନୋଲୋଜି (କର୍ଣ୍ଣାଟକ), ମାର୍ ଆଥାନାସିଅସ କଲେଜ ଅଫ୍ ଇଞ୍ଜିନିୟରିଂ (କେରଳ) ଓ ନେତାଜୀ ସୁଭାଷ ୟୁନିଭର୍ସିଟି ଅଫ୍ ଟେକ୍ନୋଲୋଜି (ଦିଲ୍ଲୀ) ଭଳି କଲେଜଗୁଡିକ ମଜବୁତ ବୈଷୟିକ ବିଶେଷଜ୍ଞତା, ଉଦ୍ଭାବନ ଓ ଟିମୱର୍କ ପ୍ରଦର୍ଶିତ କରିଥିଲେ ଏବଂ ଏକରୁ ଅଧିକ ପ୍ରତିଯୋଗିତାରେ ଶୀର୍ଷ ସ୍ଥାନ ହାସଲ କରିଥିଲେ । ସେମାନଙ୍କର ସଫଳତା ଇଞ୍ଜିନିୟରିଂ ପ୍ରତିଭାମାନଙ୍କର ବ୍ୟାପକତା ଓ ଏହି ମହୋତ୍ସବରେ ବିକଶିତ ହୋଇଥିବା ପ୍ରତିଯୋଗିତାମୂଳକ ଉତ୍ସାହକୁ ହାଇଲାଇଟ କରିଥିଲା ।
କାର୍ଯ୍ୟକ୍ରମର ଅନ୍ୟତମ ମୁଖ୍ୟ ହାଇଲାଇଟ ଥିଲା ‘ଗିଅର ଅଫ୍ ଏଫଇଏମଇ – ହ୍ୱେୟାର ହର୍ ଆଇଡିଆଜ୍ ଟେକ୍ ସେପ୍’, ଏହା ଏଏସଏମଇ ୱମେନ ଇନ ଇଞ୍ଜିନିୟରିଂ ନେତୃତ୍ୱରେ ଏକ ମହିଳା-କେନ୍ଦ୍ରିତ ଇଞ୍ଜିନିୟରିଂ ଚ୍ୟାଲେଞ୍ଜ ଅଟେ । ଏହି ଅଭିଯାନରେ ଏକ ୪ ଘଂଟାର ସିଏଡି ଓ ସିମୁଲେଶନ ଚ୍ୟାଲେଞ୍ଜ ଅନ୍ତର୍ଭୁକ୍ତ ଥିଲା ଯାହା ଅଂଶଗ୍ରହଣକାରୀଙ୍କୁ ସମୟସୀମା ମଧ୍ୟରେ ସୃଜନଶୀଳତା, ସଠିକତା ଓ ସମସ୍ୟା-ସମାଧାନକାରୀ ଦକ୍ଷତା ଉପରେ ପରୀକ୍ଷା କରିଥିଲା ।
ଇଏଫଏକ୍ସ ଇଣ୍ଡିଆ ୨୦୨୬ ଆଇଆଇଟି ରୋପାର, ବୋଇଙ୍ଗ, ଜିସେକ ଆଣ୍ଡ ଡେଭ୍ରିଏଂଟ ଓ ସେମେନ୍ସ ଏନର୍ଜି ଇଣ୍ଡିଆ ଭଳି ସଂସ୍ଥାଗୁଡିକରୁ ଶିକ୍ଷାବିତ ଓ ଶିଳ୍ପ ପେସାଦାରମାନଙ୍କୁ ଏକତ୍ରିତ କରିଥିଲା, ଯାହା ଶିକ୍ଷାନୁଷ୍ଠାନ ଓ ଶିଳ୍ପ ମଧ୍ୟରେ ସହଭାଗିତାକୁ ସୁଦୃଢ କରିଛି ।
ଏହି କାର୍ଯ୍ୟକ୍ରମ ଅଫସିଆଲ ସ୍ପନସର ଗେଲ୍ ଓ ଦ ୱେଲ୍ଡିଙ୍ଗ ଇନ୍ଷ୍ଟିଚ୍ୟୁଟ (ଟିଡବ୍ଲ୍ୟୁଆଇ) ଇଣ୍ଡିଆ ଦ୍ୱାରା ସମର୍ଥିତ ଥିଲା, ଯାହା ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀଙ୍କ ପାଇଁ ଶିଳ୍ପ ନିୟୋଜନ ଓ ବ୍ୟବହାରିକ ଏକ୍ସପୋଜରକୁ ସୁଦୃଢ କରିଛି ।
ନିଜର ମତାମତ ବ୍ୟକ୍ତ କରି ଗେଲ୍ (ଇଣ୍ଡିଆ) ଲିମିଟେଡ, ଜୟପୁରର ମୁଖ୍ୟ ମହାପ୍ରବନ୍ଧକ ସଞ୍ଜୟ ଚୌହାନ କହିଛନ୍ତି, “ମୁଁ ଇଏଫଏକ୍ସ ଇଣ୍ଡିଆ ୨୦୨୬ ସହ ସହଭାଗିତା ପାଇଁ ମିଳିଥିବା ସୁଯୋଗକୁ ସ୍ୱାଗତ କରୁଛି, ଯେଉଁଠାରେ ଭାରତର ଉଜ୍ଜ୍ୱଳତମ ଇଞ୍ଜିନିୟରିଂ ପ୍ରତିଭାମାନେ ଇ-ହ୍ୟୁମାନ-ପରିଚାଳିତ ଭେଇକିଲ ଚ୍ୟାଲେଞ୍ଜ ଭଳି ପ୍ରତିଯୋଗିତାଗୁଡିକ ମାଧ୍ୟମରେ ସ୍ଥାୟୀ ଶକ୍ତି ସମାଧାନକୁ ଆଗକୁ ବଢାଇଥିଲେ । ଏହି ମହିଳା-କେନ୍ଦ୍ରିତ ସିଏଡି ଚ୍ୟାଲେଞ୍ଜ, ଗିଅର ଅଫ୍ ଏଫଇଏମଇ ବିବିଧତା ଓ ସ୍ଥାୟୀ ଭବିଷ୍ୟତ ପାଇଁ ଆମର ପ୍ରୟାସକୁ ମଜବୁତ କରିବା ସହିତ ଡିଜାଇନ, ବିଶ୍ଳେଷଣ ଓ ଉଦ୍ଭାବନ ଦକ୍ଷତାକୁ ଉତ୍କୃଷ୍ଟ କରିଛି । ଏଏସଏମଇ ପ୍ରତିଯୋଗିତାଗୁଡିକ ବହୁବିଭାଗୀୟ ଇଞ୍ଜିନିୟରିଂକୁ ବାସ୍ତବ ଦୁନିଆର ପ୍ରୋଟୋଟାଇପିଂ, ଇନ୍ଷ୍ଟିଲିଂ ଟିମୱର୍କ, ପ୍ରୋଜେକ୍ଟ ମ୍ୟାନେଜମେଂଟ ଓ ନିଯୁକ୍ତିଦାତାମାନେ ଦାବି କରୁଥିବା ଉଦ୍ଭାବନ ଦତା ସହ ଏକତ୍ରିତ କରିଥିଲା ।”
ବୈଷୟିକ ଶିକ୍ଷା, ଆନ୍ତଃବିଭାଗୀୟ ଏକ୍ସପୋଜର ଓ ପ୍ରତିଯୋଗିତାମୂଳକ ସମସ୍ୟା-ସମାଧାନକୁ ମିଶ୍ରଣ କରି ଇଏଫଏକ୍ସ ଇଣ୍ଡିଆ ୨୦୨୬ ଭବିଷ୍ୟତର ଇଞ୍ଜିନିୟରମାନଙ୍କ ବିକାଶକୁ ସମର୍ଥନ କରିବା ଉପରେ ମହତ୍ୱ ସହିତ ଶେଷ ହୋଇଥିଲା, ଯାହା ଇଞ୍ଜିନିୟରିଂ ଡିଜାଇନ ଓ ଉଦ୍ଭାବନ ପାଇଁ ଏକ କେନ୍ଦ୍ର ଭାବେ ଭାରତର ବର୍ଦ୍ଧିତ ଭୂମିକାରେ ଯୋଗ ଦେବ ।
About ASME
ASME helps the global engineering community develop solutions to real world challenges. Founded in 1880 as the American Society of Mechanical Engineers, ASME is a not-for-profit professional organization that enables collaboration, knowledge sharing, and skill development across all engineering disciplines, while promoting the vital role of the engineer in society. ASME codes and standards, publications, conferences, continuing education, and professional development programs provide a foundation for advancing technical knowledge and a safer world. In 2020, ASME formed the International Society of Interdisciplinary Engineers (ISIE) II & III LLC, a new for-profit subsidiary to house business ventures that will bring new and innovative products, services, and technologies to the engineering community. For more information, visit asme.org.